ସମସ୍ତଙ୍କ ପାଇଁ ପୁସ୍ତକ |

Indian translations> ସମସ୍ତଙ୍କ ପାଇଁ ପୁସ୍ତକ |

Bücher für alle (SZ, 31. Juli 2023)

LOTHAR MÜLLER

Lothar Müller

ସମସ୍ତଙ୍କ ପାଇଁ ପୁସ୍ତକ |

Translated by : Dusmanta Kumar Chakra

Als Ende der Woche der Schriftsteller Martin Walser starb, zeigten ihn die Bilder zu den Nachrufen oft am Ufer des Bodensees, als knorrigen alten Mann mit Hut, verwachsen mit seiner Herkunftswelt. Wenige Wochen zuvor hatte in Berlin eine Gedenkveranstaltung für den Ende November 2022 verstorbenen Hans Magnus Enzensberger stattgefunden, der 93 Jahre alt geworden war. Nichts wäre leichter, als die beiden in ein Kontrastbild einzuzeichnen

ଯେଉଁ ସପ୍ତାହ ଶେଷ ଦିନରେ ଲେଖକ ମାର୍ଟିନ ୱାଲସରଙ୍କ ଦେହାନ୍ତ ହେଲା, ସେତେବେଳେ ଅନ୍ତୈଷ୍ଠିକ୍ରିୟାରେ ପ୍ରଦର୍ଶିତ ଚିତ୍ରଗୁଡ଼ିକ ତାଙ୍କୁ କନଷ୍ଟାଣ୍ଟ ହ୍ରଦକୂଳରେ ଜଣେ ଟୋପି ପିନ୍ଧିଥିବା ବୃଦ୍ଧ ବ୍ୟକ୍ତି ପରି ଦେଖାଇଥଲେ, ଯେପରି କି ଜଣେ ତାଙ୍କ ଜନ୍ମସ୍ଥାନ ର ମାୟାରେ ମିଶି ଯାଉଥିଲେ | କିଛି ସପ୍ତାହ ପୂର୍ବରୁ ବର୍ଲିନରେ ହାନ୍ସ ମାଗ୍ନୁସ୍ ଏନଜେନ୍ସବର୍ଗଙ୍କ ପାଇଁ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା, ଯିଏ ନଭେମ୍ବର 2022 ଶେଷରେ ମୃତ୍ୟୁବରଣ କରିଥିଲେ ଏବଂ 93 ବର୍ଷ ବୟସରେ ଉପନୀତ ହୋଇଥିଲେ। ଉଭୟଙ୍କୁ ଏକ ପରସ୍ପର ବିରୋଧି ଚିତ୍ରରେ ଏକତ୍ର ଦେଖିବା ବୋଧହୁଏ ସବୁଠାରୁ ଅସହଜ ସମ୍ଭାବନା !

Auf der einen Seite der Kosmopolit Enzensberger, der das Deutschsein mit lässiger Geste ausschlägt, in die Nachkriegsgesellschaft die Frischluft der vom NS-Staat verbannten internationalen ästhetischen Moderne einfahren lässt und in seinen Essays demonstriert, wozu kühle, respektlose Intelligenz imstande ist.

ଏକପକ୍ଷରେ ବିଶ୍ବବାଦୀ ଏନ୍ଜେନ୍ସବର୍ଗ, ଯିଏ ନିଜକୁ କେବଳ ଜଣେ ଜର୍ମାନ ଭାବିବାକୁ ଅସ୍ୱୀକାର କରନ୍ତି, ନାଜି ରାଜତ୍ବ ରେ ନିଷିଦ୍ଧ ହୋଇଥିବା ଆନ୍ତର୍ଜାତୀୟ ସୌନ୍ଦର୍ଯ୍ୟବୋଧର ଆଧୁନିକତାର ମୁକ୍ତ ପବନକୁ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମାଜରେ ଅବାଧ ପ୍ରବେଶ କରିବାକୁ ସ୍ୱୀକୃତି ଦେଇଥାନ୍ତି, ଏବଂ ତାଙ୍କ ପ୍ରବନ୍ଧରେ ଦର୍ଶାଇଥାନ୍ତି: ଏକ ଶାନ୍ତ, ଅନ୍ୟପ୍ରକାର ବୁଦ୍ଧି କ’ଣ କରିବାକୁ ସକ୍ଷମ।

Auf der anderen Seite Martin Walser, der mit seinen Figuren die Neigung zu Selbstzweifel und die Unkontrollierbarkeit der Gefühle teilt, der mit seinem Deutschsein hadert, es aber nie zur Disposition stellt und gegen die deutsche Teilung rebelliert, als sich die Mehrheit der Intellektuellen mit ihr abgefunden hat.

ଅନ୍ୟପକ୍ଷରେ ମାର୍ଟିନ୍ ୱାଲସର୍, ଯିଏ ତାଙ୍କ ସାହିତ୍ୟର ର ଚରିତ୍ରମାନଙ୍କ ପରି ଆତ୍ମ-ସଂଶୟ ଓ ଅନିୟନ୍ତ୍ରିତ ଭାବପ୍ରବଣତାର ଅଂଶୀଦାର ହୁଅନ୍ତି, ଯିଏ ତାଙ୍କ ଜର୍ମାନ ପରିଚୟ ସହିତ ସଂଘର୍ଷରତ, କିନ୍ତୁ ନିଜର ଜର୍ମାନ ଅସ୍ତିତ୍ବକୁ ସଂଶୟ ବହିର୍ଭୂତ ବିଚାର କରନ୍ତି, ଏବଂ ଜର୍ମାନ ବିଭାଜନ ବିରୁଦ୍ଧରେ ଉଚ୍ଚସ୍ବରରେ ପ୍ରତିବାଦ କରନ୍ତି, ଯେତେବେଳେ ଅଧିକାଂଶ ବୁଦ୍ଧିଜୀବୀ ଏହାକୁ ଗ୍ରହଣ କରିସାରିଥାନ୍ତି।

Aber dieses Kontrastbild unterschlägt, dass Enzensberger, wie er im Alter zunehmend erkennen ließ, die Bindung an seine deutsche Herkunftswelt und Herkunftsfamilie nie aufgab und Walser bereits in den Fünfzigerjahren als Reporter für den Süddeutschen Rundfunk Reisen nach Italien, England, Frankreich, Polen und in die CSSR unternahm, später Dozenturen an Universitäten in den Vereinigten Staaten innehatte und mit „Brandung“ einen quasi amerikanischen Roman in sein Werk einfügte.

କିନ୍ତୁ ଏହି ପରସ୍ପର ବିପରୀତ ଚିତ୍ରଟି ଆମକୁ ଖୁବ କମ୍ ଜଣାଏ ଯେ, - ଏନ୍ଜେନ୍ସବର୍ଗ ନିଜେବି ଉତ୍ତର ବୟସରେ ଅଧିକ ସ୍ପଷ୍ଟ ହେବାରେ ଲାଗିଲେ, - ତାଙ୍କ ଜର୍ମାନ ସଂସାର ଏବଂ ପରିବାର ସହିତ ସମ୍ପର୍କ ସେ କେବେବି ଛାଡି ନଥିଲେ, ଏବଂ ୱାଲସର 1950 ଦଶକରେ "ଜ୍ୟୁଡ୍ ଡଏଚ୍ଚର୍ ରୁଣ୍ଡଫୁଙ୍କ" (ଦକ୍ଷିଣ ଜର୍ମାନ ବେତାର କେନ୍ଦ୍ର) ସାମ୍ବାଦିକ ଭାବରେ ଇଟାଲୀ, ଇଂଲଣ୍ଡ, ଫ୍ରାନ୍ସ, ପୋଲାଣ୍ଡ ଏବଂ ଚ୍ଚେକୋସ୍ଲୋଭାକିଆ ଗସ୍ତରେ ଯାଇଥିଲେ, ପରେ ସଂଯୁକ୍ତରାଷ୍ଟ୍ର ଆମେରିକା ର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଏବଂ “Brandung” (ସମୁଦ୍ର ତରଙ୍ଗ ରେ ଖେଳ) ନାମକ ଏକ ଆମେରିକୀୟ ଉପନ୍ୟାସ ଲେଖି ତାଙ୍କ ସାହିତ୍ୟ କୃତିକୁ ବିଶାଳତର କରିଥିଲେ ।

Vor allem aber steht Walser wie sein Generationsgefährte Enzensberger für den Take-off des modernen Literaturbetriebs seit den späten Fünfzigerjahren. Für beide fand Literatur nicht lediglich zwischen Buchdeckeln statt, sondern war ein öffentliches Medium, das Geltung in der Gesamtgesellschaft beanspruchen konnte.

ସର୍ବୋପରି ୱାଲସର୍ ତାଙ୍କ ସମସାମୟିକ ଏନଜେନ୍ସବର୍ଗଙ୍କ ପରି 1950 ଦଶକ ପରଠାରୁ ଆଧୁନିକ ସାହିତ୍ୟ ଜଗତର ଅଭ୍ୟୁଥ୍ଥାନ କୁ ପ୍ରତିନିଧିତ୍ୱ କରନ୍ତି। ଉଭୟଙ୍କ ପାଇଁ ସାହିତ୍ୟ କେବଳ ପୁସ୍ତକ ମଧ୍ୟରେ ଲୁଚିଥିବା ଏକ ସତ୍ତା ନଥିଲା, ବରଂ ଏକ ସାର୍ବଜନୀନ ମାଧ୍ୟମ ଥିଲା, ଯାହା ସମଗ୍ର ସମାଜରେ ସ୍ୟିକ୍ରୁତି ଦାବି କରିପାରିବ

Beide hatten großen Anteil am Brückenschlag zwischen deutscher Gegenwartsliteratur und öffentlich-rechtlichem Rundfunk, beide sorgten als Mitglieder der „Gruppe 47“ für deren öffentliche Ausstrahlung.

ଉଭୟ ସମସାମୟିକ ଜର୍ମାନ ସାହିତ୍ୟ ଏବଂ ସର୍ବସାଧାରଣ ପ୍ରସାରଣ ମଧ୍ୟରେ ଏକ ସେତୁ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ; “ଗ୍ରୁପ୍ 47” ର ସଦସ୍ୟ ଭାବରେ ଉଭୟଙ୍କର ଅବଦାନ ଏହାର ସାର୍ବଜନୀନ ପ୍ରସାରଣକୁ ଏକ ନିଶ୍ଚିତ ରୂପରେଖ ଦେଇଥିଲା

Beide waren Autoren mit wachem Medienbewusstsein und Networker. Enzensberger entwickelte Medientheorien; Walser, der nicht nur Romancier, sondern auch Theaterautor war, wurde zu einem Virtuosen der physischen Bühnenpräsenz.

ଉଭୟ ଗଣମାଧ୍ୟମକ (ମେଡିଆ) ସଚେତନ ଥିଲେ ଏବଂ ନେଟୱାର୍କର ଲେଖକ ଥିଲେ। ଏନଜେନ୍ସବର୍ଗ ଗଣମାଧ୍ୟମର ତତ୍ତ୍ବ (ମେଡିଆ ଥିଓରୀ) ବିକାଶ କଲେ; ୱାଲସର, ଯିଏ ନା କେବଳ ଔପନ୍ୟାସିକ, ପରନ୍ତୁ ନାଟ୍ୟକାର ମଧ୍ୟ ଥିଲେ, ମଞ୍ଚ ଉପସ୍ଥିତିର ଏକ ପ୍ରମୁଖ ଗୁଣବତ୍ତାରେ ପରିଣତ ହୋଇଗଲେ।|

Beide waren deutlich älter als der Kern der 68er-Generation, beide trugen bei zur medialen Infrastruktur und zu den intellektuellen Ressourcen, auf welche die Jüngeren zurückgreifen konnten.

ଉଭୟ 1968 ପିଢୀର ମୂଳଠାରୁ ଯଥେଷ୍ଟ ପୁରାତନ ଥିଲେ, ଉଭୟ ଗଣମାଧ୍ୟମ ର ଭିତ୍ତିଭୂମି ଏବଂ ବୌଦ୍ଧିକ ସମ୍ବଳକୁ କେତେ ସମ୍ରୁଧ୍ଧି ଦେଇଛନ୍ତି, ଯାହାକୁ ଅବଲମ୍ବନ କରି ନୂଆ ପିଢୀ ପ୍ରଗତିଶୀଳ ହୋଇପାରିବ।

Walser beobachtete 1964 den Frankfurter Auschwitzprozess, sein Essay, der 1965 in Enzensbergers Kursbuch erschien, enthielt den Satz: „Was Auschwitz war, wissen nur die ‚Häftlinge‘.“

ୱାଲସର୍ 1964 ରେ ଫ୍ରାଙ୍କଫୁର୍ଟ୍ ସହର ରେ ଚାଲିଥିବା ଆୟୁସଉଇତ୍ସ କୋର୍ଟଶୁଣାଣୀ (Auswitz Trial) କୁ ଲକ୍ଷ କରିଥିଲେ; 1965 ରେ ଏନ୍ଜେନ୍ସବର୍ଗଙ୍କ ପାଠ୍ୟକ୍ରମ ପୁସ୍ତକରେ ପ୍ରକାଶ ପାଇଥିବା ତାଙ୍କ ପ୍ରବନ୍ଧରେ ଏହି ବାକ୍ୟ ରହିଥିଲା: " ଆୟୁସଉଇତ୍ସ କ’ଣ ତାହା କେବଳ 'ବନ୍ଦୀମାନେ' ଜାଣନ୍ତି।"

Als Walser sich Jahrzehnte später in seiner Paulskirchenrede 1998 mit der Warnung vor einer Ritualisierung und Entleerung des Gedenkens an Auschwitz nicht begnügte, sondern ebenso vage wie unbedacht die „Instrumentalisierung unserer Schande zu gegenwärtigen Zwecken“ argwöhnte, provozierte er den Protest von Ignatz Bubis, des Vorsitzenden im Zentralrat der Juden in Deutschland.

କେତେଦଶନ୍ଧି ପରେ1998 ରେ ସନ୍ଥ ପାଉଲ୍ ଗୀର୍ଜା (St. Paul's Church) ରେ ତାଙ୍କ ଭାଷଣରେ, ୱାଲସର୍ ନା କେବଳ ଆୟୁସଉଇତ୍ସ ର ସ୍ମୃତିଚାରଣ ରୀତିନୀତି ଏବଂ ବାସ୍ତବ ରେ ତାକୁ ଭୂଲିଯିବାର ଉଦ୍ଦେଶ୍ଯ ବିରୁଦ୍ଧରେ ଚେତାବନୀ ଦେଇ ନିଜକୁ ସନ୍ତୁଷ୍ଟ କରିଥିଲେ, ବରଂ ଉଭୟଅର୍ଥ ବୋଧକ ତଥା ବେପରୁଆ ଭାବରେ କହିଥିଲେ: “ବର୍ତ୍ତମାନର ଉଦ୍ଦେଶ୍ୟ ପାଇଁ ଆମେ ଅତୀତ ର ଲଜ୍ଜାକୁ କିପରି ବ୍ୟବହାର କରୁ”, ଯାହା ଜର୍ମାନୀର କେନ୍ଦ୍ରୀୟ ଇହୁଦୀ କାଉନସିଲ୍ ର ଅଧ୍ୟକ୍ଷ ଇଗନାତ୍ସ ବୁବିସ୍ ଙ୍କ ଉତ୍ତ୍ୟକ୍ତ ବିରୋଧ ର କାରଣ ହେଲା।

Walser, Enzensberger und Grass, aber auch Uwe Johnson, Ingeborg Bachmann, Max Frisch, Thomas Bernhard und andere wurden auch deshalb zu herausgehobenen Figuren, weil das mediale Dreieck von Buchverlagen, Zeitungen und Zeitschriften und Rundfunk zu einem Gewicht der Literatur in der allgemeinen Öffentlichkeit beitrug. Ihre in Gestus und Gehalt unterschiedlichen Interventionen konnten Walser, Enzensberger und Grass auf diesem Sockel noch im wiedervereinigten Deutschland bis ins neue Jahrtausend hinein öffentlichkeitswirksam fortsetzen.

କେବଳ ୱାଲସର, ଏନଜେନ୍ସବର୍ଗର ଏବଂ ଗ୍ରାସ୍ସ ନୁହେଁ, ପରନ୍ତୁ ଉୱେ ଜନସନ, ଇଙ୍ଗେବର୍ଗ ବାଖ୍ମାନ, ମ୍ୟାକ୍ସ ଫ୍ରିସ, ଥୋମାସ ବର୍ନହର୍ଡ ଏବଂ ଅନ୍ୟମାନେ ମଧ୍ୟ ବିଶିଷ୍ଟ ବ୍ୟକ୍ତିବିଶେଶ ହୋଇଥିଲେ, କାରଣ ପୁସ୍ତକ ପ୍ରକାଶକ, ଖବରକାଗଜ ଏବଂ ପତ୍ରିକା ଏବଂ ରେଡିଓର ଗଣମାଧ୍ୟମ ତ୍ରିଭୁଜ ସାଧାରଣ ଜନତାଙ୍କ ସାମଗ୍ରିକ ସାହିତ୍ୟିକ ଚେତନାକୁ ଗଭୀରଭାବରେ ପ୍ରଭାବିତ କରିଥିଲା । ଏହି ବେଦୀରୁ ୱାଲସର, ଏନଜେନ୍ସବର୍ଗ ଏବଂ ଗ୍ରାସ୍ସ ଏକବିଂଶ ଶତାବ୍ଦୀର ପୁନଃସଂଯୁକ୍ତ ଜର୍ମାନୀର ଜନସାଧାରଣଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲେ, ଯଦିଓ ସେମାନଙ୍କର ଲେଖିବାର ଶୈଳୀ ଏବଂ ବିଷୟବସ୍ତୁ ଭିନ୍ନ ଥିଲା।

Nachfolgende Autorengenerationen können in der aktuellen Mediensituation mit einer herausgehobenen Rolle der Literatur in der Öffentlichkeit nicht mehr rechnen. Grass, Enzensberger oder Walser hinterlassen keine Planstellen. Zugleich hat sich seit den Zeiten der „Gruppe 47“ das Profil der Gegenwartsliteratur deutlich verändert. Alle Debattenbegriffe von einst – die Heimat, das Vaterland, die Muttersprache – sind in einer Updatephase.

ପରବର୍ତ୍ତୀ ପୀଢୀ ର ଲେଖକମାନେ ସାମ୍ପ୍ରତିକ ଗଣମାଧ୍ୟମ ପରିସ୍ଥିତିରେ ସାହିତ୍ୟର ଏକ ସାଧାରଣ, ସାମଗ୍ରିକ ଓ ପ୍ରମୁଖ ଭୂମିକା ଉପରେ ଆଉ ଭରସା କରିପାରନ୍ତି ନାହିଁ। ଗ୍ରାସ୍ସ, ଏନଜେନ୍ସବର୍ଗ ଏବଂ ୱାଲସର କ ସ୍ଥାନ ଅପୂରଣୀୟ। ସମସାମୟିକ ସାହିତ୍ୟର ରୂପରେଖ “ଗ୍ରୁପ୍ 47” ସମୟରୁ ଯଥେଷ୍ଟ ପରିବର୍ତ୍ତିତ ହୋଇ ଯାଇଛି। ଅତୀତର ସମସ୍ତ ବିତର୍କ ତତ୍ତ୍ବ ଗୁଡିକ- ଯଥା ଘର, ପିତ୍ରୁଭୂମି, ମାତୃଭାଷା - ଏକ ରୂପାନ୍ତର ପର୍ଯ୍ୟାୟରେ ପହଞ୍ଚିଛି।

Im Jahr 2015, als Günter Grass starb, erhielt in der Frankfurter Paulskirche der deutsch-iranische Orientalist und Autor Navid Kermani den Friedenspreis des Deutschen Buchhandels.

2015 ରେ, ଯେତେବେଳେ ଗୁନ୍ଟର ଗ୍ରାସ୍ସ ଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ଜର୍ମାନ-ଇରାନ ପ୍ରାଚ୍ୟ ବିଶେଷଜ୍ଞ ତଥା ଲେଖକ ନାଭିଡ କିରମାନି ଫ୍ରାଙ୍କଫୁର୍ଟ୍ ର ସେଣ୍ଟ ପାଉଲ୍ ଚର୍ଚ୍ଚ ରେ ଜର୍ମାନ ବୁକ୍ ଟ୍ରେଡ୍( Friedenspreis des Deutschen Buchbetriebs) ର ଶାନ୍ତି ପୁରସ୍କାର ଗ୍ରହଣ କରିଥିଲେ।

Wenige Wochen nach dem Tod Enzensbergers wurde die Schauspielerin und Autorin Emine Sevgi Özdamar mit dem Büchner-Preis ausgezeichnet. Wenige Monate vor Walsers Tod gewann der deutsche Autor Dinçer Güçyeter den Preis der Leipziger Buchmesse. Das sind zufällige Koinzidenzen.

ଏନଜେନ୍ସବର୍ଗଙ୍କ ମୃତ୍ୟୁର କିଛି ସପ୍ତାହ ପରେ ଅଭିନେତ୍ରୀ ତଥା ଲେଖକ ଏମିନ୍ ସେଭ୍ଗି ଓଜଦାମରଙ୍କୁ 'ବ୍ୟୁଷନର୍ ପୁରସ୍କାର' ପ୍ରଦାନ କରାଯାଇଥିଲା। ୱାଲସରଙ୍କ ମୃତ୍ୟୁର କିଛି ମାସ ପୂର୍ବରୁ ଜର୍ମାନ ଲେଖକ ଡିନଷର ଗ୍ୟୁଷିଏଟର ଲାଇପ୍ଚିଗ୍ ପୁସ୍ତକମେଳା ପୁରସ୍କାର ପାଇଥିଲେ। ଏଗୁଡ଼ିକ କେବଳ ଯୋଜନାବିହିନ ସଂଯୋଗ ହୋଇଥାଇ ପାରନ୍ତି।

Aber sie sind nur möglich, weil die aktuelle deutsche Gegenwartsliteratur sehr viel erkennbarer die Literatur einer Einwanderungsgesellschaft ist als jene Gegenwartsliteratur, die Grass, Enzensberger oder Walser einmal repräsentierten.

କିନ୍ତୁ ଏସବୁ କେବଳ ସମ୍ଭବ, କାରଣ ସାମ୍ପ୍ରତିକ ଜର୍ମାନ ସାହିତ୍ୟ ସମସାମୟିକ ସାହିତ୍ୟ ଅପେକ୍ଷା ଏକ ପ୍ରବାସୀ ସମାଜର ସାହିତ୍ୟ ହୋଇସାରିଛି, ଯାହାକି ଗ୍ରାସ୍, ଏନ୍ଜେନ୍ସବର୍ଗର୍ କିମ୍ବା ୱାଲସର ଏକଦା ପ୍ରତିନିଧିତ୍ୱ କରିଥିଲେ।

Martin Walsers Tod erinnert daran, wie seine Generation die Debatten in Deutschland prägte. Und nun? Treten jüngere Autorinnen und Autoren ganz unterschiedlicher Herkünfte auf.

ମାର୍ଟିନ ୱାଲସର ମୃତ୍ୟୁ ସ୍ମରଣ କରାଏ, କିପରି ତାଙ୍କପୀଢୀର ଲେଖକମାନେ ଜର୍ମାନ ବିତର୍କ ପରମ୍ପରାକୁ ପ୍ରଭାବିତ କରିଛନ୍ତି। ଆଉ ଏବେ? ବିଭିନ୍ନ ଦେଶ ର ଯୁବ ଲେଖକ ଓ ଲେଖିକା ମାନଙ୍କର ସମୟ ଆସିଛି।

Glossary

E-mail of the translator: dusmantachakra@gmail.com

Mit freundlicher Genehmigung von SZ Süddeutsche Zeitung, Germany